pakka

ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ

bbehera
  • ପରୀକ୍ଷା ପେ ଚର୍ଚ୍ଚା-୨୦୨୪ ଅବ୍ୟବହିତ ପୂର୍ବରୁ ଦେଶବ୍ୟାପୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ୬୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
  • ପରୀକ୍ଷା ପେ ଚର୍ଚ୍ଚା-୨୦୨୪ ନିମନ୍ତେ ରେକର୍ଡ ୨.୨୬ କୋଟି ପଞ୍ଜୀକରଣ
  • ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ
  • କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ ପାଇଁ ଆଗ୍ରହ

ନୂଆଦିଲ୍ଲୀ, (ପିଆଇବି) : ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ଛାତ୍ରଛାତ୍ରୀଙ୍କ ମନରୁ ଚାପହ୍ରାସ ପାଇଁ ଏକ ଅନନ୍ୟ ପ୍ରୟାସ । ଏହାର ଅବ୍ୟବହିତ ପୂର୍ବରୁ ଜାନୁୟାରୀ ୨୩, ୨୦୨୪ ଦିନ ଦେଶବ୍ୟାପୀ ୬୫୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୧୨୨ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଦେଶର ୭୭୪ ଜିଲ୍ଲାରେ ଅନୁଷ୍ଠିତ ଏହି ବୃହତ ପ୍ରତିଯୋଗିତାରେ ୬୦ହଜାରରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପରୀକ୍ଷା ଯୋଦ୍ଧା(ଏକ୍ସାମ ୱାରିୟର)ରେ ଥିବା ପରୀକ୍ଷା ମନ୍ତ୍ର ଉପରେ ଏହି ବୃହତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ଦିନଟି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦୃଷ୍ଟିରୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି । ଏହି ମହାନ ବୀରଙ୍କ ଜୀବନାଦର୍ଶରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ହେବା ସହ ସେମାନଙ୍କୁ ଦେଶ ପ୍ରେମରେ ଉଦ୍‌ବୁଦ୍ଧ କରିବା ନିମନ୍ତେ ଏହି ଦିବସ ପାଳନ କରାଯାଉଛି । ଏହି ପ୍ରେରଣା ଦାୟକ ବାର୍ତ୍ତା ମଧ୍ୟ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳ ଭାବନାକୁ ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଚିତ୍ରାଙ୍କନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାରାଥନ ଦୌଡ, ସଙ୍ଗୀତ ପ୍ରତିଯୋଗିତା, ମେମେ ପ୍ରତିଯୋଗିତା, ନୂକଡ ନାଟକ, ପ୍ରାଚୀର ପତ୍ର ତିଆରି, ଯୋଗ ସହ ଧ୍ୟାନ ଇତ୍ୟାଦି (ଜାତୀୟ ଯୁବ ଦିବସ) ଜାନୁୟାରୀ ୧୨ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକ ଜାନୁୟାରୀ ୨୩, ୨୦୨୪ଦିନ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦ୍ୟାଳୟ ଶିକ୍ଷକ, ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା-୨୦୨୪ ସପ୍ତମ ସଂସ୍କରଣ ନିମନ୍ତେ ମାଇଁ ଗଭ ପୋର୍ଟାଲରେ ରେକର୍ଡ ସଂଖ୍ୟକ ୨.୨୬କୋଟି ପଞ୍ଜୀକରଣ ହୋଇଛି । ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତା ବିନିମୟ ନିମନ୍ତେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜାନୁୟାରୀ ୨୯, ୨୦୨୪ ଦିନ ପୂର୍ବାହ୍ନ ୧୧ଟା ପରେ ଆରମ୍ଭ ହେବ । ନୂଆଦିଲ୍ଲୀ ସ୍ଥିତ ଆଇଟିପିଓ ପ୍ରଗତି ମୈଦାନର ଭାରତ ମଣ୍ଡପମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରାୟ ତିନିହଜାର ବିଦ୍ୟାର୍ଥୀ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ଯୋଗଦେବେ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଦୁଇଜଣ ବିଦ୍ୟାର୍ଥୀ ଏବଂ ଜଣେ ଶିକ୍ଷକଙ୍କ ସହ କଳା ଉତ୍ସବରେ ବିଜେତାଙ୍କୁ ମୁଖ୍ୟ କାର୍ଯ୍ୟକ୍ରମ ନିମନ୍ତେ ସ୍ୱତନ୍ତ୍ର ଅତିଥିଭାବେ ଆମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ପ୍ରଥମଥର ନିମନ୍ତେ ଦେଶର ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକରୁ ୧୦୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଜନିତ ଚାପରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଏକ ବିରାଟ ଆନ୍ଦୋଳନର ରୂପ ନେଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନ ଫଳରେ ଶିକ୍ଷକ, ଅଭିଭାବକ ଏବଂ ସମାଜ ଏପରି ଏକ ବାତାବରଣ ସୃଷ୍ଟି କରୁଛନ୍ତି, ଯାହା ଫଳରେ ପ୍ରତ୍ୟେକ ପିଲାର ଅନନ୍ୟ ଓ ବିଶେଷ ଗୁଣ ବିକଶିତ ହେଉଛି ଏବଂ ସେ ତାହା ପ୍ରକାଶ କରିବାର ସୁଯୋଗ ପାଉଛି । ଏହି ଆନ୍ଦୋଳନକୁ ପ୍ରେରଣା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନାଦୃୃତ ଏବଂ ବହୁଳ ବିକ୍ରୀ ହୋଇଥିବା ପୁସ୍ତକ ‘ଏକ୍ସାମ ୱାରିଅରସ୍’ ଇଂରାଜୀ, ହିନ୍ଦୀ ଓ ଅନ୍ୟାନ୍ୟ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ ହେଉଛି ।

jay balangir
Leave A Reply

Your email address will not be published.

2 − 1 =