ଟାଇମ୍‌ ଦ୍ୱାରା ଜାରି ହେଲା ବିଶ୍ୱର ସବୁଠୁ ଅଧିକ ପ୍ରଭାବଶାଳୀ ନେତାଙ୍କ ତାଲିକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସାମିଲ୍‌

ନୂଆଦିଲ୍ଲୀ : ବିଶ୍ୱର ପ୍ରତିଷ୍ଠିତ ମେଗାଜିନ୍‌ ‘ଟାଇମ୍‌’ ୨୦୨୦ର ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ପ୍ରତ୍ୟେକ ବର୍ଷ ଏହି ତାଲିକା ଜାରି ହେଉଥିବା ବେଳେ ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସାମିଲ୍‌ କରାଯାଇଥାଏ । ତେବେ ବିଶ୍ୱର ସବୁଠୁ ଅଧିକ ପ୍ରଭାବଶାଳୀ ନେତାମାନଙ୍କ ତାଲିକାରେ ପୁଣି ଆଉଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଥାନୀତ କରାଯାଇଛି ।


ସାରା ବିଶ୍ୱରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ‘ଟାଇମ’ ଚଳିତ ବର୍ଷ ପାଖାପାଖି ୨ ଡଜନ୍‌ ନେତାଙ୍କ ନାମ ତାଲିକାଭୁକ୍ତ କରିଛି, ଯେଉଁମାନେ କୌଣସି ନା କୌଣସି କ୍ଷେତ୍ରରେ ବିଶ୍ୱରେ ପ୍ରଭାବୀ ଅଛନ୍ତି । ଏହି ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ରହିଥିବା ବେଳେ ସେ ଏକମାତ୍ର ତାଲିକାଭୁକ୍ତ ଭାରତୀୟ ନେତା ଅଟନ୍ତି ।

ତେବେ ‘ଟାଇମ୍‌’ ନରେନ୍ଦ୍ର ମୋଦୀଙ୍କ ଉପରେ ଲେଖିଛି, ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ଏହି ଦେଶରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ତେବେ ଭାରତରେ ପ୍ରଭାବଶାଳୀ ନେତା ଭାବରେ ନରେନ୍ଦ୍ର ମୋଦୀ ତାଲିକାରେ ରହିଛନ୍ତି । ମେଗାଜିନ୍‌ରେ ଏହା ବି ଲେଖାଅଛି, ରୋଜଗାର ପ୍ରଦାନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ଶାସନକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଅନେକ ବିବାଦ ସାମ୍ନାକୁ ଆସିଛି, ଯେଉଁଥିରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର କଥା ମଧ୍ୟ ଉଠିଥିଲା ଏବଂ ଏବେ କରୋନା ଭାଇରସ୍‌ ସଂକଟ ସହ ଭାରତ ସଂଘର୍ଷ କରୁଛି । ତଥାପି ପ୍ରଭାବୀ ନେତା ଭାବରେ ନରେନ୍ଦ୍ର ମୋଦୀ ଜନସମୁଦାୟଙ୍କ ସାମ୍ନାରେ ରହିଥିବା ମେଗାଜିନ୍‌ ଦର୍ଶାଇଛି ।

Leave A Reply

Your email address will not be published.