ବିଏଡ୍‌ ପରୀକ୍ଷାକୁ ଅଫ୍‌ ଲାଇନ୍‌ ପରିବର୍ତ୍ତେ ଅନ୍‌ ଲାଇନ୍‌ କରିବାକୁ ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ବର୍ଷ ପ୍ରାରମ୍ଭରୁ ମହାମାରୀ କରୋନାର ସଂକ୍ରମଣ ବଢିବାରେ ଲାଗିଛି । ଏପରି ସମୟରେ ଅନେକ ପରୀକ୍ଷା ବନ୍ଦ ରହିଥିବା ବେଳେ କେତେକ ଅନ୍‌ ଲାଇନ୍‌ରେ ମଧ୍ୟ ସରିଛି । ତେଣୁ ଆଗାମୀ ଦିନରେ ଆନ୍ଦ୍ରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଥିବା ବିଏଡ୍‌ ପରୀକ୍ଷା ପାଇଁ ଓଡିଶାରୁ ହଜାର ହଜାର ପରୀକ୍ଷାର୍ଥୀ ରହିଛନ୍ତି । ତେଣୁ କୋଭିଡ-୧୯ ନିୟମ ଭଙ୍ଗ ହେବାର ସମ୍ଭାବନା ଦେଖାଦେଇଛି । ପରୀକ୍ଷାର୍ଥୀ ଯିବା ଆସିବା ଠାରୁ ଆରମ୍ଭ କରି ରହିବା ଖାଇବା ପରି ବିଭିନ୍ନ ସମସ୍ୟା ରହିଛି । ତେଣୁ ଏ ଅଂଚଳର ହଜାର ହଜାର ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆଖିଆଗରେ ରଖି ଉକ୍ତ ବିଏଡ୍‌ ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ବହୁ ପରୀକ୍ଷାର୍ଥୀ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେଣୁ ଅଫ୍‌ ଲାଇନ୍‌ ପରିବର୍ତ୍ତେ ଅନ୍‌ ଲାଇନ୍‌ ପରୀକ୍ଷା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.