ଫିଲାଡେଲ୍‌ଫିଆରେ ପୋଲିସ ଗୁଳିରେ କଳା ନାଗରିକଙ୍କ ହତ୍ୟା : ହିଂସା ଏବଂ ଅଗ୍ନିକାଣ୍ଡ ପରେ ସହରରେ କର୍ଫ୍ୟୁ ଲାଗୁ

ଫିଲାଡେଲ୍‌ଫିଆ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ କଳା ନାଗରିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଜାର ହଜାର ଲୋକ ଫିଲାଡେଲ୍‌ଫିଆ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ସାମ୍ନାକୁ ଆସିଛି । ଅବସ୍ଥା ନିୟନ୍ତ୍ରିତ ନଥିବାରୁ ପ୍ରଶାସନ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ପ୍ରତିବାଦ ସମୟରେ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ଅନୁସାରେ ପୋଲିସର ଗୁଳିରେ ୨୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ପରିବାର ପକ୍ଷରୁ କୁହାଯାଇଛି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ପୂର୍ବରୁ ବ୍ୟାପକ ହିଂସା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ୭ ଟି ଜିଲ୍ଲାର ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛି ।

ୱାଲେସଙ୍କ ମୃତ୍ୟୁ ପରେ ଫିଲାଡେଲଫିଆରେ ଉତ୍ତେଜନା ଦେଖାଦେଇଛି । ବହୁ ସଂଖ୍ୟାରେ ବିକ୍ଷୋଭକାରୀ ରାସ୍ତାଚୁ ଓହ୍‌ହ୍ଲାଇଥିବା ବେଳେ ହିଂସା ବ୍ୟାପିବାରେ ଲାଗିଛି । ଏହି ହିଂସାକାଣ୍ଡରେ ୩୦ ରୁ ଅଧିକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା କୁହାଯାଇଛି । ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ବିକ୍ଷୋଭକାରୀମାନେ ଇଟା ଓ ପଥର ଫିଙ୍ଗିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ପ୍ରତିବାଦରେ ପୂର୍ବ ସହରର ଅନେକ ଖୁଚୁରା ଦୋକାନରେ ଲୁଟ୍ ୍ୱଧ୍ୟ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.