ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ସମ୍ମାନ ଟପ୍ପର ଶ୍ରୀୟାସ୍ୱୀକୃତି ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ସମ୍ମାନରେ ଟପ୍ପର ହୋଇଛନ୍ତି ଶ୍ରୀୟାସ୍ୱୀକୃତି ରଥ । ୭.୬୧ ସିଜିପିଏ ପ୍ରାପ୍ତ ହୋଇ ସେ ଏହି ସଫଳତା ହାସଲ୍‌ କରିଥିବା ବେଳେ ତାଙ୍କ ସଫଳତାରେ ତାଙ୍କ ପରିବାର ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳିଯାଇଛି । ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ଅଶୋକ ରଥ ଏବଂ ଶ୍ରୀମତୀ ବିଜୟାଲକ୍ଷ୍ମୀ ଷଡ଼ଙ୍ଗୀଙ୍କ ସୁପୁତ୍ରୀ ଶ୍ରୀୟାସ୍ୱୀକୃତି ଆଗାମୀ ସମୟରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିବା ସହ ସମାଜରେ ରହିଥିବା ଗରିବ ଜନସାଧାରଣଙ୍କ ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.