pakka

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଫିରୋଜପୁର ରାଲି ବାତିଲ

bbehera

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ବାତିଲ କରାଯାଇଛି । ସୂଚନା ଅନୁଯାୟୀ, ଫିରୋଜପୁରରେ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିକୁ ବର୍ତ୍ତମାନ ପର୍ୟ୍ୟନ୍ତ ବାତିଲ କରାଯାଇଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ ପଞ୍ଜାବର ବାଠିଣ୍ଡାଠାରେ ଅବତରଣ କରିଥିଲେ । ଏଠାରେ ସେ ହୁସେନାୱାଲା ଠାରେ ଥିବା ଜାତୀୟ ଶହୀଦ ମେମୋରିଆଲକୁ ଯାଇଥିଲେ । ବର୍ଷା ଏବଂ ଖରାପ ପାଣିପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା । ଫ୍ଲାଏ ଓଭରରେ ୧୫-୨୦ ମିନିଟ୍ ରହିବାକୁ ପଡ଼ିଥିଲା ମୋଦୀଙ୍କ ଶୋଭାଯାତ୍ରା ।

ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋଭାଯାତ୍ରାକୁ ଅଟକାଇଛନ୍ତି ବୋଲି ବିଜେପି ସଭାପତି ଜେ.ପି. ନଡ଼୍‌ଡ଼ା କହିଛନ୍ତି । ଏହା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଡକାଯାଇଥିଲା, କିନ୍ତୁ ତାଙ୍କ ପକ୍ଷରୁ କିଛି କରାଯାଇ ନଥିଲା ।

jay balangir
Leave A Reply

Your email address will not be published.

1 × one =