pakka

ସ୍ୱାମୀ ମଦ ପିଇ ପତ୍ନୀଙ୍କୁ ମାଡ ମାରୁଥିଲେ, ବିବ୍ରତ ପତ୍ନୀ ନେଲେ ଭୟଙ୍କର ପଦକ୍ଷେପ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଦୁହେଁ ୩୬ ବର୍ଷିୟ ରୀନା ଏବଂ ୩୯ ବର୍ଷିୟ ସତୀଶ ବୋଲି ଜଣାପଡିଛି । ଏମାନେ କାଭୁଣ୍ଡମ୍ପାଲାୟମର ଆମ୍ବେଦକର ନାଗରର ବାସିନ୍ଦା । ରୀନା ୩୭ ବର୍ଷିୟ ଇଲେକ୍‌କ୍ଟ୍ରିସିଆନ୍‌ ଏ.ରାଜାଙ୍କୁ ବିବାହ କରିଥିଲେ । ମଦ୍ୟପାନରେ ଅଭ୍ୟସ୍ତ ଥିବା ରାଜା ତାଙ୍କୁ ନିୟମିତ ମାଡ ମାରୁଥିଲେ । ଗତ ୨୨ ଡିସେମ୍ବରରେ ଦୁହିଁଙ୍କର ଝଗଡା ହୋଇଥିଲା ଏବଂ ରୀନା ତାଙ୍କ ସମ୍ପର୍କୀୟଙ୍କୁ କହିଥିଲେ ଯେ ଅତ୍ୟଧିକ ମଦ୍ୟପାନ ହେତୁ ରଜାଙ୍କର ମୃତ୍ୟୁ ଘଟିଛି ।

ତେବେ ଥୋଡିୟୁର ପୋଲିସ ଜାଣିବାକୁ ପାଇଲା ଯେ, ତାଙ୍କ ବେକରେ ଆଘାତ ଲାଗିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରଜାଙ୍କୁ ଗଳା ଚିପି ହତ୍ୟା କରାଯାଇଛି । ଅଧିକ ପଚରାଉଚରା ବେଳେ ରୀନା ପୋଲିସ ସାମ୍‌ନାରେ ସ୍ୱୀକାର କରିଛନ୍ତି ଯେ, ନିର୍ୟାତନା ସହି ନପାରି ସେ ତାଙ୍କ ପ୍ରେମିକ ସତୀଶଙ୍କ ସହ ମିଶି ରାଜାଙ୍କୁ ରାସ୍ତାରୁ ହଟାଇ ଦେଇଛନ୍ତି ।

ଆଲୋଚନା ହେଉଛି ଯେ, ସତୀଶଙ୍କ ସହ ରୀନାଙ୍କ ପ୍ରେମ ସମ୍ପର୍କ ରହିଥିଲା, ଯାହାକୁ ରାଜା ବିରୋଧ କରିଥିଲେ । ଏଥିପାଇଁ ଉଭୟ ରାଜାଙ୍କୁ ହତ୍ୟା କରିଥିଲେ ଏବଂ ଅତ୍ୟଧିକ ମଦ୍ୟପାନ ହେତୁ ଏହାକୁ ମୃତ୍ୟୁ ବୋଲି ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.

eighteen + 11 =