ପାକିସ୍ତାନର କରାଚୀ ସହରରେ ଭୀଷଣ ବିସ୍ଫୋରଣ : ୩ ମୃତ, ୧୫ ଆହତ

କରାଚୀ : ପାକିସ୍ତାନର କରାଚୀ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ପାକିସ୍ତାନର ଆର୍ଥିକ ରାଜଧାନୀ କୁହାଯାଉଥିବା କରାଚୀ ସରରେ ହୋଇଛି ଭୀଷଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ବିଲ୍‌ଡ଼ିଂର ଅଧିକାଂଶ ଅଂଶ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । କରାଚୀର ଗୁଲସନ-ଏ-ଇକ୍‌ବାଲ ଅଂଚଳରେ ଏହି ବିସ୍ଫୋରଣ ଘଟିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦିଆଯାଇଥିବା ସୂଚନା ଅନୁସାରେ ଏହି ବିସ୍ଫୋରଣ ବିଲ୍‌ଡିଂର ଦ୍ୱିତୀୟ ମହଲାରେ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏହି ଭୀଷଣ ବିସ୍ଫୋରଣରେ ଆଖପାଖର ଆବସ ଗୃହ ଗୁଡ଼ିକର କାଚ ବି ଭାଂଗି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣା ପଡ଼ି ନଥିଲେ ବି ସ୍ଥାନୀୟ ପୋଲିସ୍‌ର କହିବା ଅନୁସାରେ ଏହା ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଛି ।

Leave A Reply

Your email address will not be published.