ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କରେ ମହା ଦୁର୍ନୀତି : କଂଗ୍ରେସ ସେବାଦଳର ଧାରଣା ଓ ୩ଦଫା ଦାବୀପତ୍ର ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୃହ କମିଟିର ନିର୍ଦ୍ଦେଶରେ ହୋଇଥିବା ସ୍ୱତନ୍ତ୍ର ଅଡିଟରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କରେ ଦେଢ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲ। । ଏହି ଦୁର୍ନୀତି ବିରୋଧରେ ଆଜି ଜିଲ୍ଲା କଂଗ୍ରେସ ସେବାଦଳ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମୌନଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବୀପତ୍ର ପ୍ରଦାନ କରିଛି । ଏହି ଦାବୀ ପତ୍ରରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଦୁନୀର୍ତିର ନିରପେକ୍ଷ ତଦନ୍ତ କରାଯାଉ, ସଭାପତି ଓ ନିର୍ଦ୍ଦେଶକଙ୍କ ସଂପତ୍ତି ବାଜ୍ୟାପ୍ତ କରିବା ସହ ଆତ୍ମସାତ କରିଥିବା ଅର୍ଥ ଅସୁଲି କାରାଯାଉ ତଥା ଅର୍ଥ ଆତ୍ମସାତକାରୀଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ଇତ୍ୟାଦି ଦାବୀ ରହିଛି ।


ତେବେ, ଗୃହ କମିଟିର ନିର୍ଦ୍ଦେଶରେ ହୋଇଥିବା ସ୍ୱତନ୍ତ୍ର ଅଡିଟରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କରେ ଦେଢ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଜଣା ପଡିଛି, ଯାହା ତତ୍‌କାଳୀନ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକମାନେ ବିଭିନ୍ନ ଗସ୍ତରେ ବେଆଇନ ବିଲ, ଅତିରିକ୍ତ ମିଟିଂ ଫିସ ଏବଂ ବେଆଇନ ନିଯୁକ୍ତିରେ ବଲାଙ୍ଗିର ସାଧାରଣ ଜନତା ଓ ଗରିବ ଚାଷୀଙ୍କ କଷ୍ଟ ଅର୍ଜିତ ଅର୍ଥକୁ ତୋଷାରପାତ କରିଥିବା ସ୍ପଷ୍ଟ ପ୍ରମାଣ ମିଳୁଛି । ତେଣୁ ବଲାଙ୍ଗିର ସେବାଦଳ ଏହି ଦୁର୍ନୀତିର ତୀବ୍ର ବିରୋଧ କରିବା ସହ ତିନି ଦଫା ଦାବୀପତ୍ର ପ୍ରଦାନ କରିଛି । ଯଦି ସରକାର ଯଥା ଶୀ ଏହି ଦାବୀ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ସେବା ଦଳ ଜିଲ୍ଲାର ସମସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସେବାଦଳ ସଭାପତି ଅସିତ ମିଶ୍ର କହିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ରାମଜୀ ଚୌଧରୀ, ମୟ ପଧାନୀ, ଅଜୟ ବାଲୀ, ମିଲନି ସାହୁ, ଯୋଗେଶ୍ୱର ସାହୁ, ପପୁ ପାତ୍ର, ସଞ୍ଜୟ ମିଶ୍ର, କୈଳାସ ମିଶ୍ର, ଝୁପଲୁ ମହାନ୍ତି, ସୁଦାମ ପଟେଲ, ଏକାନନ ବୁଧିଆ, ଜୟନାରାୟଣ ବହିଦାର, ଅନନ୍ତ ଚୌହାନ ଓ ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.