jayashree

ମାସେ ପୁରିଲା ଏୟାରଟେଲ ଟାୱାର ସଜଡା ହେଲା ନାହିଁ : ଗ୍ରାହକମାନେ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତହସିଲ କାର୍ଯ୍ୟାଳୟରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଏୟାରଟେଲ ଟାୱାର ପ୍ରାୟ ଏକ ମାସ ହେଲା ଖରାପ ହୋଇଯାଇ ଥିବାରୁ ଏ ଅଂଚଳରେ ଏୟାରଟେଲ ମୋବାଇଲ ଗ୍ରାହକମାନେ ନାହିଁ ନ ଥିବାର ଅସୁବିଧାରେ ପଡିଛନ୍ତି । କେତେବେଳେ ମୋବାଇଲ ଚାଲିଲେ ମଧ୍ୟ ଆପେ ଆପେ ବନ୍ଦ ହୋଇଯାଉଛି ଓ ଟୁ ଟୁ ଟୁ ଆୱାଜ ଆସୁଛି । ଏହି ଅଂଚଳର ମୋବାଇଲ ସହ କମ୍ପ୍ୟୁଟର, ମଧ୍ୟ ଚାଲୁ ନାହିଁ, ୱାଇଫାଇ ମଧ୍ୟ କାମ କରୁନାହିଁ ତେଣୁ ଖୁବ ଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଗ୍ରାହକମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.