csstore

୬୧ ତମ ପୋଲିସ୍ ସହିଦ୍ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପଡ଼ିଆଠାରେ ୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ ହୋଇଯାଇଛିି । କୋଭିଡ ନିୟମାନୁସାରେ ପାଳିତ ଏହି କାର୍ୟ୍ୟକ୍ରମର ଆରମ୍ଭରୁ କରୋନା ସହ ଲଢେ଼ଇରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ନାମ ପାଠ କରାଯିବା ସହ ତାଙ୍କର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ଦେଶରେ ଆନ୍ତରିକ ସୁରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ହେଉଛି ପୋଲିସର ମୁଖ୍ୟ ସେବା । ଦେଶରେ ପ୍ରତ୍ୟେକ ଘରେ ସୁଖ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ନିରନ୍ତର କାର୍ୟ୍ୟରତ । ଦେଶରେ ପୋଲିସ ନିଜର କର୍ତ୍ତବ୍ୟ ସମ୍ପାଦନ ତଥା କରୋନା ସମୟରେ ନିଜର ପ୍ରାଣ ବଳି ଦେଇଛନ୍ତି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଏଥର ସର ଦେଶ କରନା ସହ ଲଢେ଼ଇ କରୁଥିବା ବେଳେ ପୋଲିସର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ପୋଲିସ୍ ଦିବସ ଅବସରରେ ଅତିରିକ୍ତ ଏସ.ପି. ମନୋରଞ୍ଜନ ପ୍ରଧାନ କହିଥିଲେ ।

ଆଜିର ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି. ରବିନାରାୟଣ ପାତ୍ର, ଅତିରିକ୍ତ ବଲାଙ୍ଗିର ଉପଖଣ୍ଡ ଅଧିକାରୀ ଶ୍ରୀମନ୍ତ ବାରିକ, ରିଜର୍ଭ ଇନିସ୍ପେକ୍ଟର ସତୀଶ ସାହୁ, ଟାଉନ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ, ପୁଇଁତଲା ଆଇଆଇସି ବି. ରୁଦ୍ରିଆ, ଆସିଷ୍ଟାଣ୍ଟ କମାଣ୍ଡର କୁମୁଦ ସେଠ ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦାନ କରି ସହିଦମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.