ବଲାଙ୍ଗିର ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଓ ସହଯୋଗୀ ସେବକଙ୍କ କୋଭିଡ୍‌ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରୀ (ଅକ୍ଷୟ) ଏବଂ ସହଯୋଗୀ ସେବକମାନଙ୍କ ଆଜି ସ୍ଥାନୀୟ ସରୀକାରୀ ଆୟୁର୍ବେଦିକ ଡାକ୍ତରଖାନାରେ କୋଭିଡ଼୍‌ ପରୀକ୍ଷା ହୋଇଥିବା ସୂଚନା ମିଳିଛି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପରୀକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମଲେଇ ମନ୍ଦିରର ସେବାୟତଙ୍କ ଆଜି ପରୀକ୍ଷା କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.