୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପଡ଼ିଆଠାରେ ୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ ହୋଇଯାଇଛିି । ଦେଶରେ ଆନ୍ତରିକ ସୁରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ହେଉଛି ପୋଲିସର ମୁଖ୍ୟ ସେବାି । ଦେଶରେ ପ୍ରତ୍ୟେକ ଘରେ ସୁଖ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ନିରନ୍ତର କାର୍ଯ୍ୟରତ । ଦେଶରେ ପୋଲିସ ନିଜର କର୍ତ୍ତବ୍ୟ ସମ୍ପାଦନ ତଥା କରୋନା ସମୟରେ ନିଜର ପ୍ରାଣ ବଳି ଦେଇଛନ୍ତି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ବୋଲି ଏହି ପୋଲିସ୍ ଦିବସ ଅବସରରେ ଜିଲ୍ଲା ଏସ.ପି. ଦେବୀ ପ୍ରସାଦ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟାଣ ଦାଶ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ କାର୍ୟ୍ୟକ୍ରମରେ ଯୋଗଦାନ କରି ସହିଦମାନଙ୍କ ସ୍ମୃତିଚାରଣ କରିବାସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.