କରୋନା ଚିକିତ୍ସାରେ ସଫଳତା : ନୂଆ ପଦ୍ଧତି ପାଇଲା ଆଇସିଏମ୍‌ଆର୍

ହାଇଦ୍ରାବାଦ : ମହାମାରୀ କରୋନା ସଂକ୍ରମଣରେ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଭଳି ସମୟରେ ଏବେ ଏକ ଖୁସି ଖବର ମିଳିଛି । ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ବାୟୋଲୋଜିକାଲ ଇ-ଲିମିଟେଡ ସହ ମିଶି କରୋନା ଚିକିତ୍ସାର ଏକ ନୂଆ ପଦ୍ଧତି ଖୋଜି ସଫଳତା ପାଇଛି । କରୋନା ଚିକିତ୍ସା ପାଇଁ ପ୍ୟୁରିଫାଇଡ୍‌ ଆଣ୍ଟିସେରା ବିକଶିତ କରାଯାଇଛି । ଏଥିରେ ପଶୁଙ୍କାଠାରୁ ନିଆଯାଇଥିବା ରକ୍ତ ସେରମ୍‌ ରହିଥିବା ବେଳେ ଏହା ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି କୁହାଯାଇଛି ।
ଏ ସଂପର୍କରେ ଆଇସିଏମ୍‌ଆର୍‌ ଟୁଇଟ୍‌ ଜରିଆରେ ଜଣାଇଛି ଯେ, କରୋନା ରୋଗୀଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରେ । କିନ୍ତୁ ସେମାନଙ୍କ ଆଣ୍ଟିବଡ଼ି, ସେମାନଙ୍କର ପ୍ରଭାବ ଜଣେ ରୋଗୀଠାରୁ ଅନ୍ୟ ଜଣଙ୍କର ଭିନ୍ନ ରହିଥାଏ । ଏଣୁ କରୋନା ରୋଗଙ୍କ ଚିକତ୍ସା ପାଇଁ ଆଇସିଏମ୍‌ଆର୍‌ର ଏହା ଏକ ଅଦ୍ଭୁତ ଉପାୟ । ଆଣ୍ଟିସେରା ଚିକିତ୍ସା ପଦ୍ଧତିରେ ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.