ନିର୍ଭୟା ଓକିଲ ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ପୀଡ଼ିତାଙ୍କ ମାମଲା ଲଢ଼ିବେ

ଲକ୍ଷ୍ନୌ : ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ମାମଲା ଲଢ଼ିବେ ସୀମା କୁଶୱାହ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଲଢ଼ିଥିବା ଓକିଲ ସୀମା କୁଶୱାହ ଏ ସଂପର୍କରେ ମତ ଦେଇଛନ୍ତି । ସେ ଲଢ଼ିଥିବା ନିର୍ଭୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା। ତେବେ ହାଥ୍‌ରସରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ଲାଗି ଗୁରୁବାର ସେ ଯାଇଥିଲେ । କିନ୍ତୁ ପୋଲିସ ତାଙ୍କୁ ଅନୁମତି ଦେଇ ନ ଥିଲା ବୋଲି ସେ କହିଛନ୍ତି । ତଥାପି ପୀଡ଼ିତାଙ୍କ ଭାଇ ସହ ସେ ଯୋଗାଯୋଗରେ ଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.