ଜଘନ୍ୟ କା‌ଣ୍ଡ : ଯୁବକଙ୍କୁ ପିଟି ପିଟି ହତ୍ୟା, ସୋସିଆଲ ମିଡ଼ିଆରେ ଭାଇରାଲ୍‌

ଭଦ୍ରକ : ଏକ ଜଘନ୍ୟ କା‌ଣ୍ଡ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଭଦ୍ରକ ସଦର ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ସରଗରମ ଆଲୋଚନା ଚାଲିଛି । ପୋଲିସ ଏକ ହତ୍ୟା ମାମଲା ନଂ.୫୮୧/୨୦ ରୁଜୁ କରି ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନାରେ କୁହାଯାଇଛି । ମୃତ ଯୁବକ କଟିଆ ମୁର୍ମୁଙ୍କୁ ଗୁରୁବାର ସନ୍ଧ୍ୟାରେ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି, କି‌ନ୍ତୁ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.