ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ଅମାନୁଷିକ ନିର୍ଯ୍ୟାତନା : ୟୁପି ସରକାରଙ୍କୁ ଏନ୍‌ସିଏସ୍‌ସି ନୋଟିସ୍

ଲଖ୍‌ନଉ : ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ଆକବରପୁର ଅଞ୍ଚଳର ଏକ ଗାଁରେ ଜଣେ ଦଳିତଙ୍କୁ କେବଳ ଗଛରେ ବାନ୍ଧି ପିଟାଯାଇ ନଥିଲା, ବରଂ ତାଙ୍କୁ ଅମାନୁଷିକ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା । ଏହାକୁ କଡାକଡି ଭାବେ ଗ୍ରହଣ କରି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ଏହାର ଅଧ୍ୟକ୍ଷ ବିଜୟ ସାମ୍ପଲାଙ୍କ ନିର୍ଦ୍ଦେଶରେ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସୋସିଆଲ ମିଡିଆ ଜରିଆରେ ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗ ଗ୍ରହଣ କରିଥିବା ଅଭିଯୋଗ ଅନୁଯାୟୀ, କାନପୁରର ଏକ ଗ୍ରାମରେ ରହୁଥିବା ଜଣେ ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପ୍ରହାର କରାଯିବା ସହ ତାଙ୍କ ଯୌନାଙ୍ଗରେ ମଧ୍ୟ ପ୍ରହାର କରାଯାଇଥିଲା ।

ଆୟୋଗ ଗ୍ରହଣ କରିଥିବା ସୂଚନା ଅନୁଯାୟୀ, ଆକବରପୁର ଅଞ୍ଚଳର ଏକ ଗାଁରେ ଜଣେ ଝିଅକୁ ଭେଟିବାକୁ ଆସିଥିବା ଏହି ଦଳିତ ଯୁବକଙ୍କୁ ଝିଅର ସମ୍ପର୍କୀୟ ତଥା ଗ୍ରାମବାସୀ ଧରିଥିଲେ । ଏହା ପରେ ସେମାନେ ତାଙ୍କୁ ଏକ ଗଛରେ ବାନ୍ଧି ବାଡ଼ିରେ ଅତିଶୟ ମାଡ ମାରିଥିଲେ। ତାଙ୍କର ଯୌନାଙ୍ଗରେ ମଧ୍ୟ ମାଡ଼ ବାଜିଥିଲା । ଏହି ଘଟଣାର ଭିଡିଓ ଇଣ୍ଟରନେଟ ମିଡିଆରେ ଭାଇରାଲ ହୋଇଥିଲା ।
ଅନୁସୂଚିତ ଜାତି ପାଇଁ ଜାତୀୟ ଆୟୋଗ ଉତ୍ତରପ୍ରଦେଶ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଉତ୍ତରପ୍ରଦେଶ ପୋଲିସର ଡିଜିପି ଏବଂ କାନପୁର ଦେହାତର ଡିଏମ ଏବଂ ଏସଏସପିଙ୍କୁ ନୋଟିସ ଜାରି କରିଛନ୍ତି ।

Leave A Reply

Your email address will not be published.

20 − 4 =