pakka

ଗୋପାଲଜୀ ମନ୍ଦିରରେ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ସହରର ଗୋପାଲଜୀ ମନ୍ଦିରରେ ବିନା ଭକ୍ତ ମାନଙ୍କ ଉପସ୍ଥିତିରେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସିଂହାସନରୁ ମହାପ୍ରଭୁ ଓହ୍ଲାଇ ମନ୍ଦିର ସାମନା ମଣ୍ଡପରେ ଉପସ୍ଥାପିତ ହୋଇଥିଲେ । ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ସସ୍ତ୍ରୀକ ଉପସ୍ଥିତ ରହି ପହଣ୍ଡି ଓ ପୂଜାର୍ଚ୍ଚନା କରିଥିବା ବେଳେ ଦେବୋତ୍ତର ମେନେଜର ସୁଧିର ଦାଶ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

6 + nineteen =