ମୁଥା ମାରି ବିଶ୍ୱ ରେକର୍ଡ ସୃଷ୍ଟି କଲେ ସଫ୍ଟୱେର ଇଞ୍ଜିନିଅର ସିଧୁ

ନୂଆଦିଲ୍ଲୀ : ୪୨ ବର୍ଷୀୟ ସଫ୍ଟୱେର ଇଞ୍ଜିନିଅର ସିଧୁ କ୍ଷେତ୍ରୀ ନାମକ ଜଣେ ଭାରତୀୟ ମୁଥା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସେ ପଞ୍ଚିଂ ବ୍ୟାଗ୍‌କୁ ସବୁଠାରୁ ଅଧିକ ସମୟ ମୁଥା ମାରି ସୃଷ୍ଟି କରିଛନ୍ତି ଏହି ବିଶ୍ୱ ରେକର୍ଡ । ବିଗତ ୨୫ ବର୍ଷ ହେଲା ତାଏକ୍ବାଣ୍ଡୋ ପରି ସାମରିକ କୌଶଳ ଅଭ୍ୟାସ କରୁଥିବା ସିଧୁ ସଂଖ୍ୟାଧିକ ଥର ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଆସିଛନ୍ତି । ତେବେ ସେ ଲଗାତର ୫୫ ଘଣ୍ଟା ୧୫ ମିନିଟ୍ ମୁଥା ମାରି ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି । ପୂର୍ବ ରେକର୍ଡକୁ ୫ ମିନିଟ୍ ଟପି ସେ ଏହି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.

3 + 10 =

error: Content is protected !!