csstore

ଜୀବନ ବଞ୍ଚାଇଲେ ଯୁବ କୁଲୁତା ସମାଜର ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ପିପିଲି ଗ୍ରାମର ଋକୁମନୀ ଗଡତ୍ୟା ବଲାଙ୍ଗିରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସର୍ଜରୀ ପାଇଁ ଡକ୍ଟର ତାଙ୍କୁ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପୁତ୍ର ଧୀରେନ ଗଡତ୍ୟା ରକ୍ତ ପାଇଁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକ ସହ ସମ୍ପାଦକ ରମେଶ ନାୟକ ୨୭ କିମି ଦୂରରୁ ଆସି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ରକ୍ତ ଭଣ୍ଡାରରେ ରକ୍ତଦାନ କରିଥିଲେ । ଯୁବ ସଂଗଠନର ଏଭଳି ସେବାମୂଳକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

jayashree
Leave A Reply

Your email address will not be published.