om academy

ବିହାରର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଲା

jsm

ବକ୍ସର : ବିହାରର ବକ୍ସର ଜିଲ୍ଲାର ଚାଉସା ବ୍ଲକର ଚାଉସା କ୍ରେମେଟୋରିୟମରେ ଗଙ୍ଗା ନଦୀରେ ଅତି କମ୍‌ରେ ୪୦ଟି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସ୍ଥାନୀୟ ପ୍ରଶାସନ ଏହା ନିଶ୍ଚିତ କରିଛି । କିନ୍ତୁ ସ୍ଥାନୀୟ ସାମ୍ବାଦିକମାନେ ଦାବୀ କରିଛନ୍ତି ଯେ, ସେମାନେ ଅଧିକ ଶବ ଭାସୁଥିବା ଦେଖିଛନ୍ତି ।

ଚାଉସା ବ୍ଲକ ଉନ୍ନୟନ ଅଧିକାରୀ ଅଶୋକ କୁମାର ନିଶ୍ଚିତ କରିଛନ୍ତି ଯେ, ଗଙ୍ଗାରେ ୩୦ ରୁ ୪୦ ମୃତଦେହ ମିଳିଛି । ଉତ୍ତରପ୍ରଦେଶରୁ ଏହି ମୃତଦେହ ଭାସି ଆସିଥିବା ସମ୍ଭାବନା ରହିଛି । ମୁଁ ଘାଟରେ ଉପସ୍ଥିତ ରହି ଲୋକଙ୍କ ସହ କଥାବାର୍ତ୍ତା କରିଛି ।

Leave A Reply

Your email address will not be published.