pakka

ମନ୍ଥର ହେଉଛି ମୌସୁମୀ, ଅପେକ୍ଷା କରିବାକୁ ପଡିବ

bbehera

ନୂଆଦିଲ୍ଲୀ : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ଦେଶରେ ମୌସୁମୀକୁ ଅପେକ୍ଷା କରିଛନ୍ତି ଜନସାଧାରଣ । କିନ୍ତୁ ଏବେ ମନ୍ଥର ହେଉଛି ମୌସୁମୀ । ଦେଶର କେନ୍ଦ୍ରୀୟ, ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ ମୌସୁମୀ ବିଳମ୍ବ ହୋଇପାରେ । କୁହାଯାଉଛି ଆଗାମୀ ୪-୫ ଦିନ ପାଇଁ ମୌସୁମୀ ମନ୍ଥର ଗତିରେ ଗତି କରିବ । ଗତ ୮ ଦିନ ଧରି କର୍ଣ୍ଣାଟକର କରୱାରରେ ମୌସୁମୀ ଦୃଶ୍ୟମାନ ହୋଇଛି । ମୌସୁମୀ ଜୁନ୍ ୧୦ରେ ମୁମ୍ବାଇରେ ପହଞ୍ଚୁଥିବା ବେଳେ ଏହା ଧୀରେ ଧୀରେ ମୁମ୍ବାଇରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ତାମିଲନାଡୁର ନିମ୍ନ ଭାଗରେ ମୌସୁମୀ ବର୍ଷା ହୋଇଛି । କିନ୍ତୁ ଏହା ବିଳମ୍ବ ହୋଇଥିବାରୁ ଏହା ୮ ଜୁନ୍ ସୁଦ୍ଧା ଆନ୍ଧ୍ରପ୍ରଦେଶରେ ପହଞ୍ଚି ପାରି ନଥିବା କୁହାଯାଉଛି । ପୂର୍ବୋତ୍ତର ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହେଉଥିବାବେଳେ ଜୁନ୍ ୭ ସୁଦ୍ଧା ଭାରତରେ ମୌସୁମୀ ପୂର୍ବ ବର୍ଷା ହାର ୩୭% କମ୍ ରହିଛି । ଉତ୍ତର ପଶ୍ଚିମରେ ମୌସୁମୀ ପୂର୍ବ ବର୍ଷା ୯୪% ହ୍ରାସ ପାଇଛି ।

jay balangir
Leave A Reply

Your email address will not be published.

2 × one =