pakka

ଠାକୁରାଣୀ ଘର ବହୁଡ଼ିଲେ : ମା’ ରାମାୟାଣାମ୍ମା ଶାଶୁ ଘରେ ପହଞ୍ଚିଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଵର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇ ଏକ ମାସ ବ୍ୟାପି ସମାହିତ ହୋଇ ଆସିଥିବା ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ଦେବୀଙ୍କ ବିଭିନ୍ନ ରୀତିନୀତି ସମ୍ପନ୍ନ କରି ଆଦ୍ୟାଶକ୍ତି ମା’ ରାମାୟାଣାମ୍ମା ଦେବୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରୁ ପାରମ୍ପରିକ ବିଭିନ୍ନ ବାଦ୍ୟବାଜଣା ମଧ୍ୟରେ ଶାଶୁଘରକୁ ବାହୁଡ଼ା ଯାତ୍ରାରେ ବାହାରିଲେ । ଶାଶୁଘରୁ ଡାକରାରେ ଆସିଥିବା ମାଆ ସାଆନ୍ତାଣୀଙ୍କ ଶାଶୁଘର ପ୍ରତିନିଧି ଭାବେ ପ୍ରସ୍ତୁତି ଏକ କଞ୍ଚାହାଣ୍ଡି ଘଟଧାରୀ ଜଣେ ମହିଳାଙ୍କ ଆଗରେ ବାହାରିଲେ । ଦେବୀ ନିଜ ସହଚରୀଙ୍କ ସହ ଶାଶୁଘର ଅଭିମୁଖେ ଯାତ୍ରାରେ ବାହାରିଲେ । କଞ୍ଚାଘଟ ଠାକୁରାଣ, ତାଙ୍କ ପଛରେ ନଅଟି ହାଣ୍ଡି, ଗୋଟିଏ ଫୁଲ ଚାଙ୍ଗୁଡା, ପଛରେ ଚିତାକର୍ଷକ ଏକ ଛତାଧାରୀ ସହ ଦେବୀ ଘର ବାହୁଡ଼ିଲେ । ଦେବୀଙ୍କ ଶାଶୁଘର ଲୋକ ଦେବୀଙ୍କୁ ପାଛୋଟି ଆମନ୍ତ୍ରଣ କରି ସସମ୍ମାନର ସହ ମନ୍ଦିରକୁ ଡାକିନେଲେ । ଦେବୀ ରତ୍ନବେଦୀରେ ବିଜେ କଲାବେଳେ ଧୂପ, ଦୀପ ଆରତୀ ବନ୍ଦାପନା, ସ୍ୱତନ୍ତ୍ର ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହୋଇଛି । ମା’ ସାନ୍ତାଣୀ ଶାଶୁଘର ନିକଟରେ ପହଞ୍ଚିଲା ବେଳକୁ ମଙ୍ଗଳ ରାତି ପାହି ବୁଧବାର ପ୍ରତ୍ୟୁଷ ଅବା ସକାଳ ୬ଘଣ୍ଟା ୩୦ମିନଟ ବାଜିଥିଲା । ଉତ୍ସବମୁଖର ଚଳିତବର୍ଷର ଠାକୁରାଣୀଯାତ୍ରା ଲୋକଙ୍କ ମନରେ ଆଣିଦେଇଥିଲା, ଅନେକ ଉତ୍ସାହ ଓ ଉଲ୍ଲାସମୟ । ଯାତ୍ରା କମିଟି ମ୍ୟାନେଜର କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କୁ ଲୋକେ ଅଶେଷ ଅଶେଷ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନଙ୍କମଧ୍ୟରେ ସହକାରୀ ପରିଚାଳନା ଦାୟିତ୍ୱରେ ଏମ୍.ସମରେନ୍ଦ୍ର ସେନାପତି, ସି.ଏଚ.ପୂର୍ଣ୍ଣକୁମାର, ବାଟ-ଛତ୍ରପୁରର କ୍ରିଷ୍ଣାରେଡ୍ଡୀ, ଅନେକ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଯାତ୍ରା ସାମାରୋହ କୃତକାର୍ଯ୍ୟ ହୋଇଛି ।

jay balangir
Leave A Reply

Your email address will not be published.

two × 2 =

error: Content is protected !!