ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ : ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍‌ନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଦିଆଯିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବି ସାମାଜିକ ଦୂରତା ପାଳନ କରିବା, ମାସ୍କ ବ୍ୟବହାର କରିବା, ସଫା ସୁତୁରା ରହିବ ଓ ସରକାରୀ ଗାଇଡଲାଇନ ପାଳନ କରିବାକୁ ସେ ନିଜ ସମ୍ବୋଧନରେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜୁନ୍‌ ୨୧ ତାରିଖରୁ ଦେଶର ସମସ୍ତ ନାଗରିକଙ୍କୁ ପାଇଁ ମାଗଣା ଟିକା ଦିଆଯିବ । ଆସନ୍‌ନ୍ତା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ କରି ମାଗଣା ଟୀକାକରଣ କାର୍ୟ୍ୟକ୍ରମ ଆରମ୍ଭ କରିବେ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦେବେ । ରାଜ୍ୟମାନଙ୍କୁ କେତେ ଟିକା ଦିଆଯିବ ସେ ସମ୍ପର୍କରେ ପୂର୍ବରୁ ଜଣାଇ ଦିଆଯିବ । ଏହାସହ ସେ ଦେଶର ୮୦ କୋଟିରୁ ଅଧିକ ଗରିବ ଲୋକଙ୍କ ପାଇଁ କେନ୍ଦ୍ରର ମାଗଣା ରାସନ ଯୋଜନାକୁ ନଭେମ୍ବର ଯାଏଁ ବଢାଇବାକୁ ସେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

14 + nine =