ସମ୍ବଲପୁରୀ ଗୀତ “ତୁୁଇ ଚାଲିଆ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ପ୍ରଥମ ଭିଜୁଆଲ ଇଫେକ୍ଟରେ ତିଆରି ହୋଇଥିବା ସମ୍ବଲପୁରୀ ଗୀତ “ତୁଇ ଚାଲିଆ” । ଏହାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଆର.ଜେ.ମନିଷ ଓ ଭିରୋନିକା ରୋସନ । ଏହାକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ଜାଲ । ଏହାର ଭିଜୁଆଲ କାମ ମୁମ୍ବାଇରେ ଚାଲିଥିବା ବେଳେ ତାହାର ମୁଖ୍ୟ ଦାୟିତ୍ୱ ନେଇଛନ୍ତି ଅବିକେଶ ମିଶ୍ର ଏବଂ ତାଙ୍କ ଭାଇ ଅବିଳାଷ ମିଶ୍ର । ଏଡିଟର ଶିଶିର ବର୍ମା, ଭିଏଫ୍‌ଏକ୍ସ କମ୍ପୋଜର ତପନ ମହାରଣା, ରୋଟୋରେ ପବନ ବର୍ମା, ମାଲବିକା ସିଂ ରାଜପୁତ, ସୁବ୍ରଜିତ ସରକାର ଓ ଗୋବିନ୍ଦ ରହିଛନ୍ତି । ଏହାର ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହାର ଭିଜୁଏଲ୍‌ ଆସିବାର ପ୍ରଯୋଜନା ସଂସ୍ଥା ତରଫରୁ ଦିଆଯାଇଛି ।

Leave A Reply

Your email address will not be published.

eleven + 18 =