ପୁଣି ଜଣେ କୋଭିଡ ଯୋଦ୍ଧା ଚାଲିଗଲେ : ଡି.ଏସ.ପି. ଶେଷଦେବ ବରିହା ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ କୋଭିଡ ଯୋଦ୍ଧାଙ୍କୁ ଜଗତରୁ ଛଡେ଼ଇ ନେଲା କରୋନା । ବଲାଙ୍ଗିର ଡି.ଏସ.ପି.(ଏଚ୍‌.ଆର୍‌.ପି.ସି.) ଶେଷଦେବ ବରିହାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କରୋନା ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ଗତ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଯାଇଛି । ଆସନ୍ତା କାଲି ସକାଳ ୭ଟା ସମୟରେ ସ୍ଥାନୀୟ ମନୋହରପୁର ପୋଲିସ୍‌ ଗ୍ରାଉଣ୍ଡରେ ଦିବଙ୍ଗତ କୋଭିଡ ଯୋଦ୍ଧା ଶେଷଦେବ ବରିହାଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

four + 12 =