pakka

ମହାମାରୀ କରୋନା ଯୋଗୁଁ ଲକ୍‌ଡାଉନ୍‌ ବଢିଲା ଜାନୁୟାରୀ ୩୧ ପର୍ଯ୍ୟନ୍ତ ଏହି ସ୍ଥାନମାନଙ୍କରେ

bbehera

ବର୍ଲିନ୍‌ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଜାନୁଆରୀ ୩୧ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । ଜର୍ମାନ୍‌ ଚାନ୍‌ ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳିକୁ ଏଡ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଯେଉଁଅଞ୍ଚଳରେ ସଂକ୍ରମଣ ହାର ବଢିବାରେ ଲାଗିଛି, ସେ ସବୁ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି । ନୂଆବର୍ଷ ଓ ଖ୍ରୀଷ୍ଟମାସ ପାଳନ ପରେ ଦେଶରେ ଏବେ ସଂକ୍ରମଣ ହାର ବଢୁଥିବାରୁ ଲୋକଙ୍କ ଜୀବନ ରକ୍ଷା ଲାଗି ସରକାର ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଆଞ୍ଜେଲା ମର୍କେଲ କହିଛନ୍ତି । ଗତ ନଭେମ୍ବର ମାସରେ ଏହା ପୂର୍ବରୁୁ ଜର୍ମାନୀରେ ଆଂଶିକ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ରେଷ୍ଟୁରାଣ୍ଟ, ବାର୍‌, ପାର୍କ ଓ ଷ୍ଟାଡିୟମ ସବୁ ବନ୍ଦ କରି ଦିଆଯାଇଥିଲା ।
କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ ସନ୍‌ ସୋମବାର ଏହି ଘୋଷଣା କରିଛନ୍ତି । ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ବଳବତ୍ତର ରହିବ । ମହାମାରୀ କରୋନା ଭାଇରସ୍‌ ଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ ସନ୍‌ ଏହି ଘୋଷଣା କରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ଲୋକଙ୍କୁ ଘରେ ରହି ସତର୍କତା ଅବଳମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

one × two =