ପାକିସ୍ତାନ ଜେଲରେ ୧୧ ବର୍ଷ କାରାଦଣ୍ଡ ପରେ ଯୁବକ ମିର୍ଜାପୁରକୁ ଫେରିଲେ

ନୂଆଦି‌ଲ୍ଲୀ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଜଣେ ଯୁବକ ଭୁଲରେ ସୀମା ପାର ହୋଇ ପ୍ରାୟ ୧୧ ବର୍ଷ ପୂର୍ବେ ପାକିସ୍ତାନକୁ ଚାଲି ଯାଇଥିଲେ । ଏଥିପାଇଁ ପାକିସ୍ତାନ ଜେଲରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ଏବଂ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ମଙ୍ଗଳବାର ରାତିରେ ଯୁବକ ତାଙ୍କ ଘରେ ପହଞ୍ଚିଛନ୍‌ନ୍ତି ।

ମିର୍ଜାପୁରର ଭରଖୁନା ଗାଁର ୩୫ ବର୍ଷିୟ ପୂର୍ଣ୍ଣାମାସୀଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ । ୨୦୦୯ ରେ ସେ ଜାଣି ନଥିଲେ କିପରି ସୀମା ପାର ହୋଇ ପାକିସ୍ତାନ ସୀମାରେ ପହଞ୍ଚିଲେ । ତାଙ୍କୁ ପାକିସ୍ତାନର ଲାହୋରର ନାଉଲାଖାରେ ମଧ୍ୟ ବୁକ୍ କରାଯାଇଥିଲା । ସେବେଠାରୁ ପୂର୍ଣ୍ଣମାସୀ ସେଠାରେ ଜେଲରେ ଥିଲେ । ନିକଟରେ ପାକିସ୍ତାନ ସରକାର ଏହି ବିଷୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦେଇଛନ୍ତି ।

ପାକିସ୍ତାନରୁ ମିଳିଥିବା ଠିକଣା ଆଧାରରେ ଗୃହ ମନ୍ତ୍ରଣାଳୟର ବୈଦେଶିକ ବିଭାଗ ପୁର୍ଣ୍ଣାମାସୀଙ୍କ ସମ୍ପର୍କୀୟଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲା । ସ୍ଥାନୀୟ ପୋଲିସର ସହାୟତାରେ ପୂର୍ଣ୍ଣମାସୀ ସମର ପୋଲିସ ଷ୍ଟେସନର ଭରହୂନା ଗାଁର ବାସିନ୍ଦା ବୋଲି ଜଣାପଡିଛି ।

Leave A Reply

Your email address will not be published.

fifteen + 9 =

error: Content is protected !!