ତିନୋଟି ଦେଶ ସହିତ ବିବାଦ ଭିତରେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ? ସି ଜିନପିଙ୍ଗ ସୈନିକମାନଙ୍କୁ ବିଶେଷ ମନ୍ତ୍ର ଦେଲେ !

ନୂଆଦିଲ୍ଲୀ : ଭାରତ, ଆମେରିକା ଏବଂ ତାଇୱାନ ସହିତ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଛନ୍ତି । ସେ ତାଙ୍କ ସୈନିକମାନଙ୍କୁ କହିଛନ୍ତି ଯେ, ସେମାନେ ମୃତ୍ୟୁକୁ ଭୟ କରିବା ଉଚିତ୍ ନୁହେଁ ଏବଂ ଯୁଦ୍ଧରେ ଜିତିବାକୁ ପ୍ରସ୍ତୁତ ହେବା ଉପରେ ଧ୍ୟାନ ଦେବା ଉଚିତ୍। ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କର ।

ଜିନପିଙ୍ଗ ସାମରିକ କମାଣ୍ଡୋମାନଙ୍କୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି । ସୈନିକମାନଙ୍କୁ ସମ୍ବୋଧିତ କରି ଜିନପିଙ୍ଗ କହିଛନ୍ତି ଯେ, ଶତ୍ରୁ ଉପରେ ଜିତିବା ପାଇଁ ସମସ୍ତ ସମ୍ଭାବ୍ୟ କୌଶଳ ଏବଂ ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଉଚିତ୍ । ବର୍ତ୍ତମାନ ଚାଇନା ଆମେରିକା, ତାଇୱାନ ଏବଂ ଭାରତ ସହ ତିକ୍ତତା ମଧ୍ୟରେ ରହିଛି ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଗତ ମାସରେ ଜିନପିଙ୍ଗ ସୈନିକମାନଙ୍କୁ କହିଥିଲେ ସୈନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ପାଇଁ ନିଜର ସମସ୍ତ ମନ ଏବଂ ଶକ୍ତି ମହଜୁଦ୍‌ ରଖିବା ଉଚିତ ଏବଂ ଉଚ୍ଚ ସତର୍କ ଅବସ୍ଥାରେ ରହିବା ଉଚିତ୍ । ସେ କହିଛନ୍ତି ଯେ ଜଳ, ସ୍ଥଳ ଏବଂ ଆକାଶର ପ୍ରତ୍ୟେକ ସୈନିକ‌ଙ୍କୁ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ ପଡିବ ।

Leave A Reply

Your email address will not be published.