ବାମରାରେ ନକଲି ନୋଟ କାରଖାନା ଠାବ : ୩ ଗିରଫ, ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଝାରସୁଗୁଡା : ବାମରାରେ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ୯୬ ହଜାର ୩ ଶହ ନକଲି ଟଙ୍କା ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ ବୋଲି ସୂଚନା ମିଳିଛି । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ଏହି ମାମଲାରେ ୩ ଜଣ ଗିରଫ ହୋଇଛ‌ନ୍ତି । ଗିରଫ ଅଭିଯୁକ୍ତମାନେ ସମ୍ୱଲପୁର ଗୋବିନ୍ଦପୁରର ମହମ୍ମଦ ଇରଫାନ, ଇସ୍ଥିଫାକ ଆନସାରୀ ଓ ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଖାଡ଼ମର ମହମ୍ମଦ ଅଜମଲ । ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧକାରୀ ସୂଚନା ଅନୁସାରେ, ବନ୍ଧବାହାଲ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତକାଲି ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲା ।

Leave A Reply

Your email address will not be published.