ସ୍କୁଲ ବନ୍ଦ ପରେ ଉପାନ୍ତ ଅଞ୍ଚଳର କରୁଣ ଚିତ୍ର : ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି ପିଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ୮ ମାସରୁ ଅଧିକ ସମୟ ହେବ କରୋନା ଯୋଗୁଁ ସ୍କୁଲରେ ପଡ଼ିଛି ତାଲା । ତେବେ ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଗ୍ରାମାଞ୍ଚଳର ଦୃଶ୍ୟ । ନା ପିଲା ମାନେ ଘରେ ବସି ପାଠ ପଢୁଛନ୍ତି ନା ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏବେ ବହି ପଢିବା ବଦଳରେ ଜଙ୍ଗଲରୁ କାଠ ସଂଗ୍ରହ କରୁଥିବା ଏକ ଚିତ୍ର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ (ଫପସି) ରାସ୍ତାରେ ଦେଖିବାକୁ ମିଳିଛି । ପିଲାମାନେ ଅ, ଆ ଭୁଲିବାରେ ଲାଗିଲେଣି । ତେବେ ଆଗକୁ ପାଠ ପଢିବା ପାଇଁ ପିଲା ମାନଙ୍କର ଆଶା ଭରସା ଭାଙ୍ଗିବାରେ ଲାଗିଲାଣି । ସ୍କୁଲ ବନ୍ଦ ଯୋଗୁଁ ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧାର ଦେଖାଦେଉଛି । କାରଣ ଏବେ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ୧୫ରୁ କମ ସଂଖ୍ୟକ ଉପସ୍ଥାନ ଥିବା ସ୍କୁଲରେ ପଡ଼ିବ ତାଲା । ଲହି କ୍ରମରେ ସଇଁନ୍ତଲା ବ୍ଳକର ଅନେକ ସ୍କୁଲରେ ତାଲା ପଡିବ । ଏବେ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି । ରାସ୍ତା ଘାଟ ନ ଥିବା ପିଲାମାନେ ଦୂରକୁ ଚାଲି ଚାଲି ପାଠ ପଢିବା ପାଇଁ ଯିବା କଥା ଚିନ୍ତା ବଢ଼ାଇ ଦେଇଛି । ଦୁନିଆଁ ଦେଖି ନ ଥିବା କୁନି କୁନି ଶିଶୁମାନେ ଏତେ ଦୁରକୁ ଯିବାର ସମ୍ଭବ ହେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ଉପାନ୍ତ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭବିଷ୍ୟତ ଯେ କଣ ହେବ ତାହା ସମୟ ହିଁ କହିବ । କିନ୍ତୁ ସ୍କୁଲ ବନ୍ଦ ଯୋଗୁଁ ପିଲାମାନେ ଜଙ୍ଗଲରୁ କାଠ ସଂଗ୍ରହ କରୁଥିବା ବେଳେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି ।

2 Comments
  1. Sarbeswar says

    Bahut badhia Katha upastapana karichhan….Kosala prabaha ei bhalia katha samaj ra drusti akarshan karuthibaru ame anek sadhubaad janauchhu sampadakiya tatha sambadika Ajit sahu nku….

    1. Koshala Prabaha says

      thanks bhae

Leave A Reply

Your email address will not be published.