ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ ଓ ୨୦ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ କୁରସୁଡ଼, ଖଇରା ଓ ଅର୍ସାତୁଲା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌ ତେନ୍ତୁଲିମୁଣ୍ଡା ଗ୍ରା.ପ.ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୭ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୧ରୁ ଜଣେ, ଖପ୍ରାଖୋଲ ବ୍ଲକ୍‌ ସାହାଜପାଣି ଗ୍ରା.ପ.ରୁ ଓ ବେନ୍ଦେର ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ଜଣେ ଓ ବରପଦର ଗ୍ରା.ପ.ରୁ ୨ ଜଣ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ୨, ୧ରୁ ୨, ପୁଇଁନ୍ତଲା ବ୍ଳକ୍‌ ଗଇଁନ୍ତଲା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ୍‌ ବାନ୍‌ଜିପଦର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୂନିସିପାଲିଟି ୱାର୍ଡ ନଂ.୩ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ ବଲାଙ୍ଗିର ଜିଲ୍ଲାରେ ୨୭୭ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.