୧୬ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ ମହିଳା ଗୀତା

ବରଗଡ଼, (ସତ୍ୟନାରାୟଣ ପଧାନ) : କେହି ଅନ୍ଧାରରେ ରହିବେ ନାହିଁ ବୋଲି ସରକାର ସ୍ଲୋଗାନ ଦେଇ ଦୀନଦୟାଲ ବିଦ୍ୟୁତିକରଣ ଯୋଜନା ଓ ଗରିବ ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଲାଇନ ସଂଯୋଗ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜିଲ୍ଳାପାଳଙ୍କ ଦଫ୍ତରରୁ ଅଧା କିଲୋମିଟର ଦୂରରେ ଥିବା ଜଣେ ବିଧବା ଆଦିବାସୀ ମହିଳା ଗତ ୧୬ ବର୍ଷ ହେବ ବିଜୁଳି ନପାଇ ଅନ୍ଧାରରେ ଦିନ କାଟୁଛନ୍ତି । ବରଗଡ ଜିଲ୍ଳା ପୌର ପରିଷଦ ଅଧୀନରେ ଥିବା ୱାର୍ଡ ନ ୯, ଭିଏସଏସ ନଗରରେ କୁଡ଼ିଆ ଘର କରି ରହୁଛନ୍ତି ଗୀତା ବାରିହା । ସ୍ୱାମୀ କ୍ଷୀରସାଗରଙ୍କ ମୃତ୍ୟୁ ପରେ ୧୩ ବର୍ଷର ପୁଅ ସୁରଜଙ୍କ ସହ ରହୁଛନ୍ତି ଗୀତା । ୨୫.୦୮.୨୦୧୪ ମସିହାରେ ଜିଲ୍ଳା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ଗୀତା । ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ବିଦ୍ୟୁତ ସଂଯୋଗ କରିବାକୁ ଉକ୍ତ ବିଭାଗକୁ । କିନ୍ତୁ ଏହା ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ବି ବିଧବା ଗୀତା ଆଲୁଅ ପାଇଁ ଅପେକ୍ଷା କରି ରହିଛନ୍ତି । ଏମିତି ସ୍ଥଳରେ ମାଆ ଗୀତା ଓ ପୁଅ ସୁରଜଙ୍କ କୁଡ଼ିଆ ଘରେ କେବେ ଆଲୁଅ ଜଳିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.