oom

‘ଇତନି ଶକ୍ତି ହମେ ଦେ ନା ଦାତା…..’ ଗୀତର ସ୍ରଷ୍ଟା ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ

jsmm

ମୁମ୍ବାଇ : ‘ଇତନି ଶକ୍ତି ହମେ ଦେ ନା ଦାତା…..’ ଗୀତର ଲୋକପ୍ରିୟ ପ୍ରସିଦ୍ଧ ଗୀତିକାର ଅଭିଳାଷ (୭୪)ଙ୍କ ଗତକାଲି ପରଲୋକ ହୋଇଯାଇଛି । ଲିଭର କର୍କଟରେ ପୀଡ଼ିତ ହୋଇ ଦୀର୍ଘ ଦି‌ନ ଧରି ସେ ଚିକିତ୍ସିତ ହେଉଥି‌ଲେ। ଗୋରେଗାଓଁର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୧୯୮୫ ମସିହାର ସିନେମା ‘ଅଙ୍କୁଶ’ରେ ‘ଇତ୍‌ନି ଶକ୍ତି ହମେ ଦେନା ଦାତା’ ଭଳି ଲୋକପ୍ରିୟ ଗୀତ ଲେଖି ସେ ଶ୍ରୋତା‌ଙ୍କ ଜଗତରେ ଅମର ହୋଇ ପାରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଠାରୁ ସେ ‘କଳାଶ୍ରୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ । ଦେଶର ୬୦୦ ବିଦ୍ୟାଳୟରେ ଆଜି ବି ଏହି ଗୀତ ପ୍ରାର୍ଥନା କରା ଯାଉଥିବା ସୂଚନାରେ କୁହାଯାଇଛି । ଏହି ମହାନ୍‌ ଗୀତିକାର ଲାଲଚୂଡ଼ା, ସାୱନ କୋ ଆନେ ଦୋ, ଅଙ୍କୁଶ ଆଦି ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ।

jittmm
Leave A Reply

Your email address will not be published.