କରୋନ। ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି : ବିଧାୟକ ଜୟନାରାୟଣ ମିଶ୍ର

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନ। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏ ପ୍ରସଙ୍ଗରେ ସେ ବିଧାନସଭାରେ ଆଲୋଚନା ଦାବୀ କରିବେ ବୋଲି ମଧ୍ୟ କହିଛନ୍ତି । ଅଣ-କୋଭିଡ୍ ରୋଗୀଙ୍କ ଦୁଃଖ ବର୍ଣ୍ଣନା ବାହାରେ ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କୋଭିଡ୍ ଚିକିତ୍ସା ଓ ପରିଚାଳନାରେ ଅବ୍ୟବସ୍ଥା ବିରୋଧରେ ସଚେତନ ନାଗରିକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପର୍ୟ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ସିଲିଣ୍ଡର୍ ମହଜୁଦ ରଖିବା, ରୋଗୀଙ୍କ ସମ୍ପର୍କରେ ସୂଚନା ଦେବା, ରାଜଘାଟଠାରେ ଥିବା ବିଦ୍ୟୁତ୍ ଚୁଲା ତୁରନ୍ତ କାର୍ୟ୍ୟକ୍ଷମ କରିବା ଆଦି ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.