ନେପାଳ ପକ୍ଷରୁ କଳାପାଣି ନିକଟରେ ବେରେକ୍‌ ତିଆରି

ନୂଆଦିଲ୍ଲୀ : ନେପାଳ ପକ୍ଷରୁ ଉତ୍ତରାଖଣ୍ଡର କାଳାପାଣି ନିକଟରେ ନିଜ ସୀମାରେ ସୈନିକ ମୁତୟନ ପାଇଁ କ୍ୱାର୍ଟର ଏବଂ ବେରେକ୍‌ ତିଆରି ଚାଲିଛି । ନେପାଳ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିଂପିୟାଧୁରା ଅଂଚଳ ଉପରେ ନିଜର ଦାବୀ ପେସ୍‌ କରୁଛି । ନେପାଳର ଏହି ପଦକ୍ଷେପ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଏଇଥି ପାଇଁ ଯେ, ଏହା ପୂର୍ବରୁ କେବେ ବି ଏହି ଅଂଚଳରେ ନେପାଳ ପକ୍ଷରୁ ସୈନ୍ୟ ମୁତୟନ କରାଯାଇ ନଥିଲା । ତେବେ ସୂଚନା ଅନୁସାରେ ନିର୍ମିତ ହେଉଥିବା ବେରେକ୍‌ କଳାପାଣିରୁ ୧୩ କି.ମି. ଦୂରବର୍ତ୍ତୀ ଚଙ୍ଗ୍‌ରୁରେ ତିଆରି ଚାଲିଛି । ଚଳିତ ବର୍ଷ ପ୍ରାରମ୍ଭରୁ ନେପାଳ କଳାପାଣି, ଲିପୁଲେଖ ଏବଂ ଲିଂପିୟାଧୁରା ଅଂଚଳକୁ ନିଜ ଦେଶର ନୂଆ ନକ୍‌ସାରେ ସାମିଲ୍‌ କରିଛି, ଯଦିବି ଭାରତ ପକ୍ଷରୁ ବାରମ୍ବାର କୁହାଯାଇଛି ଯେ, ଏହି ତିନି ଅଂଚଳ ଭାରତର ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାରେ ରହିଛି ।

Leave A Reply

Your email address will not be published.