ଦୁଇ ସପ୍ତାହ ତଳେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ଦଳିତ ପୀଡ଼ିତା ଶେଷରେ ଜୀବନ ହରାଇଲେ

ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ଉତ୍ତର ପ୍ରଦେଶର ହାଥ୍‌ରସରେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ୨୦ ବର୍ଷୀୟା ପୀଡ଼ିତା ଆଜି ଦିଲ୍ଲୀ ଡାକ୍ତରଖାନାରେ ଜୀବନ ହାରେଇଛନ୍ତି । ପୀଡ଼ିତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସେ ଆଇସିୟୁ.ରେ ଚିକିତ୍ସିତ ହେଉଥିଲେ । କୁହାଯାଇଛି ଯେ, ତାଙ୍କ ଗାଁରେ ପାଖାପାଖି ଦୁଇ ସପ୍ତାହ ତଳେ ଚାରି ପାଞ୍ଚ ଜଣ ମଣିଷ ରୂପୀ ଦାଦନ ମିଳିତ ଭାବରେ ତାଙ୍କୁ ଗେଙ୍ଗ୍‌ ରେପ୍‌ କରିବା ସହ ତାଙ୍କୁ ପ୍ରତାଡ଼ନ କରିଥିଲେ । ପୀଡ଼ିତାଙ୍କ ଅବସ୍ଥା ବହୁତ ଗମ୍ଭୀର ରହିଥିବା ବେଳେ ତାଙ୍କ ଶରୀରର କେତେକ ଅଂଶ ଭାଂଗି ଯାଇଥିଲା ଓ ତାଙ୍କ ଜିଭ ବି କାଟି ଦିଆଯାଇଥିଲା । ତେବେ ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛନ୍ତି । ପୀଡ଼ିତା ଜଣକ ଦଳିତ ଶ୍ରେଣୀର ହୋଇଥିବା ବେଳେ ଅଭିଯୁକ୍ତମାନେ ଉଚ୍ଚ ଜାତି ସହ ସଂବନ୍ଧିତ ଥିବା କୁହାଯାଇଛି । ସୂଚନା ଅନୁସାରେ ୨୦ ବର୍ଷୀୟା ପୀଡ଼ିତାଙ୍କ ଉପରେ ଗତ ୧୪ ସେପ୍ଟେମ୍ବର ଦିନ ଦିଲ୍ଲୀରୁ ପ୍ରାୟ ୨୦୦ କି.ମି. ଦୂରବର୍ତ୍ତୀ ହାଥ୍‌ରସ୍‌ର ଏକ ଗାଆଁରେ ଏଭଳି ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି । ପୀଡ଼ିତା ଯେତେବେଳେ ପରିବାରବର୍ଗଙ୍କ ସହ ମିଶି ଘାସ କାଟୁଥିଲେ ସେତେବେଳେ ତାଙ୍କୁ ଅଭିଯୁକ୍ତଙ୍କ ଦ୍ୱାରା ତାଙ୍କୁ ଟାଣି ନିଆଯାଇଥିଲା ।

Leave A Reply

Your email address will not be published.