om academy

ହାଥ୍‌ରସ କାଣ୍ଡ : ପିଏଫ୍‌ଆଇ.ର ୪ କର୍ମକର୍ତ୍ତା ଗିରଫ, ଜାମିୟା ଛାତ୍ରକୁ କହିଲେ ମାଷ୍ଟର ମାଇଣ୍ଡ

jsm

ଲଖ୍‌ନଉ : ହାଥ୍‌ରସ କାଣ୍ଡ ପରେ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍‌ କରାଯାଇଛି । ସେମାନଙ୍କୁ ମଥୁରାରୁ ଗିରଫ୍‌ କରାଯାଇଥିବା କୁହାଯାଇଛି । ଚାରି ଜଣ ଯାକ ଦିଲ୍ଲୀରୁ ହାଥ୍‌ରସ୍‌ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଏକ ଜାମିୟା ଛାତ୍ର ବି ସାମିଲ୍‌ ରହିଛି । ପୁଲିସ ପକ୍ଷରୁ ଅଭିଯୋଗ ରହିଛି ଯେ, ଏମାନେ ୟୁପି.ରେ ଦଙ୍ଗା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରୁଥିବା ପିଏଫ୍‌ଆଇ.ର ମାଷ୍ଟର ମାଇଣ୍ଡ । ମସୁଦ ଅହମ୍ମଦ ନାମକ ଗିରଫ ହୋଇଥିବା ଛାତ୍ର ବହରାଇଚ୍‌ ଜିଲ୍ଲାର ଜବ୍‌ରଲ ରୋଡ଼୍‌ ନିବାସୀ । ପୁଲିସ ସୂତ୍ର ଅନୁସାରେ ମସୁଦ ଅହମ୍ମଦ ଦିଲ୍ଲୀ ସ୍ଥିତ ଜାମିୟା ମିଲ୍ଲିଆ ଇସ୍‌ଲାମିୟାରେ ଏଲ୍‌ଏଲ୍‌ବି.ର ଛାତ୍ର । ଗତ ଦୁଇ ବର୍ଷରୁ କ୍ୟାମ୍ପସ୍‌ ଫ୍ରେଣ୍ଡ୍‌ ଅଫ୍‌ ଇଣ୍ଡିଆ ସହ ସେ ସଂପୃକ୍ତ ରହିଛି ।

Leave A Reply

Your email address will not be published.