om academy

ବିଧାନସଭା ଅଧିବେଶନ ଶେଷ : ଆଜି ଶେଷ ଦିନରେ ପାରିତ ହେଲା ୫ ବିଲ୍

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସମା‌ପ୍ତ ହୋଇଛି । ଅଧିବେଶନ ଶେଷ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଥିବା ବେଳେ ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିବା ସୂଚନାରେ କୁହାଯାଇଛି । ତେବେ ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ, ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ପାରିତ ହୋଇଛି ବିଧାନସଭାରେ । ଚଳିତ ଅଧିବେଶନ ବେଶ୍‌ ସରଗରମ ରହିଥିଲା । ସବୁ ପ୍ରକାର କରୋନା କଟକଣା ସହ ବିଧାନସଭା ଶେଷ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହି ନଥିଲା ।

Leave A Reply

Your email address will not be published.