ଆର୍‌ବିଆଇ କହିଲା, ଆସନ୍ତା ବର୍ଷ ୯.୫ ପ୍ରତିଶତ ହ୍ରାସ ହୋଇପାରେ ଜିଡ଼ିପି.

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ ମୁଦ୍ରା ନୀତି ଘୋଷଣା କରିଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ । ଆର୍‌ବିଆଇ ୪ ପ୍ରତିଶତ ରେପୋ ରେଟ୍‌କୁ ସମାନ ରଖିଛି । ରିଜର୍ଭ ରେପୋ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ରିଜର୍ଭ ରେପୋ ରେଟ୍‌ ୩.୩୫ ପ୍ରତିଶତ ହିଁ ରହିବ । ସୂଚନା ଅନୁସାରେ ରେପୋ ରେଟ୍‌ ମୂଲ୍ୟ ଅନୁସାରେ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ । ବ୍ୟାଙ୍କ ଯେତେବେଳେ ନିଜ ପାଖରେ ଥିବା ଅର୍ଥରାଶି ଆର୍‌ବିଆଇରେ ଜମା କରେ, ସେହି ଅର୍ଥରାଶି ଉପରେ ଆର୍‌ବିଆଇ ବ୍ୟାଙ୍କକୁ ସୁଧ ଦିଏ । ସୁଧର ଏହି ମୂଲ୍ୟକୁ ରିଭର୍ସ ରିପୋର୍ଟ ରେଟ୍‌ କୁହାଯାଏ । ଆର୍‌ବିଆଇ. ଗଭର୍ଣ୍ଣର ଶଶୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି ସମିତି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହା ସୂଚନା ଦିଆଯାଇଛି ଯେ, ରିଜର୍ଭ ବ୍ୟାଙ୍କ ବର୍ଷ ୨୦୨୧ରେ ଜିଡ଼ିପିରେ ହ୍ରାସର ସମ୍ଭାବାନା ରହିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ବର୍ଷ ୨୦୨୧ରେ ଜିଡିପି. ୯.୫ ପ୍ରତିଶତ ହ୍ରାସ ହେବାର ଅନୁମାନ କରାଯାଇଛି ।

Leave A Reply

Your email address will not be published.