ପିଓକେ ଜେଲରେ ୯ ବର୍ଷ ହେଲା ବଂଦୀ ହୋଇ ରହିଛନ୍ତି ରାଜନୀତିକ କାର୍ଯ୍ୟକର୍ତ୍ତା : ଗିଲ୍‌ଗିତ-ବାଲ୍‌ଟିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ

ହୁଂଜା : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଗିଲଗିତ-ବାଲ୍‌ଟିସ୍ତାନ ଅଂଚଳରେ ଗତ ଗୁରବାର ଦିନ ପୁଣି ଥରେ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହୁଂଜା ଅଂଚଳର ହଜାର ହଜାର ଲୋକେ ୨୦୧୧ରୁ ଜେଲ୍‌ରେ ବଂଦୀ ଥିବା ରାଜନୀତିକ କାର୍ଯ୍ୟକର୍ତ୍ତାଙ୍କୁ ଖଲାସ୍‌ କରାଯିବା ଦାବୀ କରିଛନ୍ତି । ବଂଦୀ ଥିବା ରାଜନୀତିକ କାର୍ଯ୍ୟକର୍ତ୍ତାଙ୍କୁ ଦଙ୍ଗା ସୃଷ୍ଟି ଏବଂ ସାର୍ବଜନିକ ସଂପତ୍ତିକୁ କ୍ଷତି କରିଥିବା ଅଭିଯୋଗରେ ଗିରଫ୍‌ କରାଯାଇଥିଲା । ଅୱାମୀ ୱାକର୍ସ ପାର୍ଟିର ନେତା ବାବା ଜାନ୍‌ ସମେତ ଅନେକ ରାଜନୀତି କାର୍ଯ୍ୟକର୍ତ୍ତାଙ୍କୁ ଏକ ଆତଙ୍କବାଦ ନିରୋଧକ ଅଦାଲତ ଦ୍ୱାରା ଆଜୀବନ କାରାବାସ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନଙ୍କୁ ପୋଲିସର ଗୁଳିଚାଳନାରେ ଜଣେ ବ୍ୟକ୍ତି ଏବଂ ତାଙ୍କର ସନ୍ତାନର ମୃତ୍ୟୁ ପରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଗିରଫ୍‌ କରାଯାଇଥିଲା । ବିକ୍ଷୋଭ ପ୍ରଦର୍ଶନକାରୀମାନେ ପୋଲିସ ଗୁଳି ଚାଳନା ଯୋଗୁଁ ସରକାରଙ୍କଠାରୁ କ୍ଷତିପୂରଣ ଦାବୀ କରିଥିଲେ ।

Leave A Reply

Your email address will not be published.