ଆମେରିକାରେ ଆକାଶରୁ ବର୍ଷିଲେ ଗଦା ଗଦା ମୃତ ପକ୍ଷୀ : ଜନସାଧାରଣରେ ବିନାଶର ଆଶଙ୍କା

ଫିଲାଡେଲ୍‌ଫିଆ‌ : ଆମେରିକାର ଫିଲାଡେଲ୍‌ଫିଆ ସହରରେ ୭୨ ବର୍ଷ ପରେ ଏଭଳି ଏକ ଆତଙ୍କିତ ଘଟଣା ଦେଖିବାକୁ ମିଳିଛି । ଅଚାନକ୍‌ ଆକାଶରୁ ବର୍ଷା ହେବା ଭଳି ବର୍ଷିଲେ ଗଦା ଗଦା ମୃତ ପକ୍ଷୀ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଆକସ୍ମାତ୍‌ ୧୫ ଶହରୁ ଅଧିକ ପ୍ରବାସୀ ପକ୍ଷୀ ଆକାଶରୁ ଖସି ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇ ସାରିଥିଲା । ଏସମସ୍ତ ପକ୍ଷୀ ଶୀତଋତୁ ପୂର୍ବରୁ ଦକ୍ଷିଣ ଆଡ଼କୁ ଯାଉଥିଲେ । କୁହାଯାଇଛି ଯେ, ଏଭଳି ଘଟଣା ୧୯୪୮ରେ ଘଟିଥିଲା । ପକ୍ଷୀମାନଙ୍କ ଏଭଳି ମୃତ୍ୟୁରେ ସହରବାସୀ ଆତଙ୍କିତ ହୋଇ ଉଠିଛନ୍ତି । ଫିଲାଡେଲ୍‌ଫିଆରେ ବନ୍ୟଜୀବଙ୍କ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତା ଷ୍ଟିଫନ୍‌ ମେସିଜେବକ୍ସି ଏ ସଂପର୍କରେ କହିଛନ୍ତି, ଗଦା ଗଦା ପକ୍ଷୀ ଆକାଶରୁ ଖସୁଥିଲେ । ଆମେ ଜାଣି ପାରୁ ନଥିଲୁ କ’ଣ ହେଉଛି । ଏହା ନିଶ୍ଚିତ ଭାବେ ବିନାଶକାରୀ ଘଟଣା । ଏହା ପୂର୍ବରୁ ୧୯୪୮ରେ ଏଭଳି ଘଟଣା ଘଟିଥିଲା । ସେ ଏହା ବି କହିଛନ୍ତି ଯେ, ୨ ତାରିଖ ଦିନ ଭୋର୍‌ ୫ଟାରୁ ସକାଳ ୮ଟା ମଧ୍ୟରେ ମୁଁ ଏଭଳି ୪ ଶହ ପକ୍ଷୀଙ୍କୁ ଗଦା କରିଥିଲି । ତେବେ ଜନସାଧାରଣରେ ଏହା ବିନାଶର ସଂକେତ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.