ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୯୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୧୨୧ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୮୬, ଭଦ୍ରକରୁ ୬୬, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୩୧, କଟକରୁ ୨୩୪, ଦେବଗଡ଼ାରୁ ୧୫, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଂଜାମରୁ ୪୫, ଜଗତସିଂହପୁରରୁ ୬୫, ଯାଜପୁରରୁ ୧୧୮, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୯, କେଉଁଝରରୁ ୭୫, ଖୋର୍ଦ୍ଧାରୁ ୪୮୨, କୋରାପୁଟରୁ ୪୫, ମାଲକାନଗିରିରୁ ୪୦, ମୟୁରଭଂଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୧୨୦, ଷ୍ଟେଟ୍‌ ପୁଲ୍‌ ୯୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୪୬୮୩୯ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୮୧୧ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୨୧୬୯୮୪ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.