ଆମେରିକାର ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ କି ବାଇଡ଼ନ୍‌, ଆଗରେ ଚାଲିଛନ୍ତି ବାଇଡନ୍‌

ୱାଶିଂଟନ୍‌ : ଆମେରିକା ପାଇଁ ଯାହା ଭୟ ଥିଲା ସେଭଳି ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ଆଗରେ ରହିଛନ୍ତି ଜୋ ବାଇଡନ୍‌ । ଅନ୍ୟପଟେ ଟ୍ରମ୍ପଙ୍କୁ ଝଟ୍‌କା ଲାଗୁଥିବା ବେଳେ ସେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାଦ ବଢେ଼ଇ ସାରିଛନ୍ତି । ସୂଚନା ଅନୁସାରେ ବିଜୟ ଅଂକ ୨୭୦କୁ ଛୁଇଁବାକୁ ଥିବା ବେଳେ ଡେମୋକ୍ରେଟ୍‌‌ ପ୍ରାର୍ଥୀ ଜୋ ବାଇଡନ୍‌ ୨୪୩ରେ ପହଂଚିଛନ୍ତି ଏବଂ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ ହାସଲ୍‌ କରି ପାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୫୦ଟି ରାଜ୍ୟରୁ ୪୩ଟି ରାଜ୍ୟର ଫଳାଫଳ ସାମ୍ନାକୁ ଆସିଛି । ତେବେ ଜୋ ବାଇଡନ୍‌ ନିଜର ବିଜୟ ସୁନିଶ୍ଚିତ ବୋଲି କହିଥିବା ବେଳେ ଟ୍ରମ୍ପ୍‌ ଭୋଟରେ ହେରାଫେରି ହୋଇଥିବା ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସାରା ବିଶ୍ୱର ନଜର ରହିଛି ଏହି ନିର୍ବାଚନ ଫଳାଫଳ ଉପରେ । ଦେଖାଯାଉ, କିଏ ଛୁଇଁବାକୁ ସକ୍ଷମ ହେଉଛନ୍ତି ବିଜୟ ଅଂକ ୨୭୦ ।

Leave A Reply

Your email address will not be published.