ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଦୋକାନ ପୋଡି ପାଉଁଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଭୟ‌ଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଗୋଟିଏ ଦୋକାନ କ୍ୟାବିନ ପୋଡି ପାଉଁଶ ହୋଇଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ ଟା ସମୟରେ ଅଭିରାମ ମହାନ୍ତିଙ୍କ ଅଣ୍ଡା ଦୋକାନରେ ହୁ ହୁ ହୋଇ ନିଆଁ ଜଳିଥିଲା । ଲୋକେ ନିଆଁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ନିଦରୁ ଉଠିଲା ବେଳକୁ ନିଆଁ ବ୍ୟାପି ସାରିଥିଲା । ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘରୁ ଓ କ୍ୟାବିନରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା ବୋଲି କୁହାଯାଇଛି ।

Leave A Reply

Your email address will not be published.