ଲାଇଭ୍‌ ସାର୍ଟିଫିକେଟ୍‌ ଦେବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ : ମଇ ପର୍ୟ୍ୟନ୍ତ ବଢ଼ିଲା ଦାଖଲ ଅବଧି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ପେନସନ ପାଉଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଦାଖଲ କରିବାକୁ ପଡ଼ୁଥିବା ‘ଲାଇଫ୍ ସାର୍ଟିଫିକେଟ’ ଦାଖଲ ଅବଧିକୁ ରାଜ୍ୟ ସରକାର ଆସନ୍ତା ବର୍ଷ ମଇ ମାସ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ମହାମାରୀରେ ପେନସନଭୋଗୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ପେନସନଧାରୀଙ୍କ ପାଇଁ ବାର୍ଷିକ ଲାଇଫ ସାର୍ଟିଫିକେଟ୍ ସମେତ ବାର୍ଷିକ ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମଇ ଶେଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.