ଶୀତ କମିଲେ ପେଟ୍ରୋଲର ମୂଲ୍ୟ ମଧ୍ୟ ହ୍ରାସ ପାଇବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦି‌ଲ୍ଲୀ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୀତଦିନେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି, ଶୀତଦିନ ଶେଷ ହେବା ପରେ ମୂଲ୍ୟ ମଧ୍ୟ ହ୍ରାସ ପାଇବ । ସେ କହିଛନ୍ତି- “ବର୍ତମାନ ସମୟରେ ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର ବୃଦ୍ଧି ହେତୁ ଏହାର ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଶୀତ ଶେଷ ହେବା ସହିତ ମୂଲ୍ୟ ଧୀରେ ଧୀରେ ହ୍ରାସ ପାଇବ । ଏହା ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ । ବର୍ତ୍ତମାନ ଚାହିଦା ଅଧିକ ହେବା କାରଣରୁ ଦର ବୃଦ୍ଧି ପାଇଛି ।

Leave A Reply

Your email address will not be published.