csstore

ସଇଁନ୍ତଲାରେ କୋଶଲ କରାଟେ ସ୍କୁଲର ବେଲ୍ଟ ଗ୍ରେଡ଼ିଂ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ କରାଟେ ସ୍କୁଲ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପରିସରରେ ଗୋଜୁ ରିୟୁ କରାଟେ ସ୍କୁଲ ଇଣ୍ଡିଆ ପକ୍ଷରୁ ବେଲ୍ଟ ଗ୍ରେଡ଼ିଂ ଶିବିର ଉଦଯାପିତ ହୋଇଯାଇଛି । ତେବେ ଜିକେଏସଆଇ ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷ।ର୍ଥୀ ମାନଙ୍କର କ୍ୟୁ ବେଲ୍ଟ ଗ୍ରେଡ଼ିଂ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସିହାନ ନାଗଦତ୍ୟ, ସୋନିଆ ମହାନନ୍ଦ, ଆଚୋଷା ଅଗ୍ରୱାଲ, ବେଦାନ୍ତ ସାହୁ, ସୃତି ପ୍ରଜ୍ଞା ଭୋଇ, ପ୍ରିୟଙ୍କା ମିଶ୍ର, ପ୍ରିୟାନଶ ପୃଷେଠ, ସାହିଲ ସାହୁ, ଭକ୍ତ ବିଶି, ରାଘବ ଭୋଇ, ଆର ଆଲିସା, କେ ନିହାରିକା, ପ୍ରିନ୍ସ ବାଗ ପ୍ରମୁଖଙ୍କୁ ୟେଲୋ ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ସଇଁନ୍ତଲାର ପ୍ରଶିକ୍ଷକ ସେନସେଇ ରେବତୀ ସୁନା ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶିକା ମଞ୍ଜୁଳା ବାଗ, ମାଧବ କରାଟେ, ଏକାଡେମୀର ପ୍ରଶିକ୍ଷକ ସେନସେଇ ବିକ୍ରମ ମହାନନ୍ଦ, ବିଶ୍ଵଜିତ ତାଣ୍ଡି, ସୁମନ୍ତ ସୁନା, ସୁରେଶ ବାରିକ, ମୁକେଶ ଭୋଇ, ଓମ ଭୂଷଣ ନାଗ, ଧନୁର୍ଯ୍ୟ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.