pakka

କରୋନା ସଂକ୍ରମଣ ଯୋଗୁଁ ତାମିଲନାଡୁ ସରକାର ସ୍କୁଲ ବନ୍ଦ କଲେ, ସବୁ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ସାରା ଦେଶ କରୋନା ମହାମାରୀ ଯୋଗୁଁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଦେଶରେ ରବିବାର ଦିନ ମଧ୍ୟ ୨.୭୧ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଏହି ମହାମାରୀ ଦ୍ୱାରା ତାମିଲନାଡୁ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି, ଯେଉଁଥିପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁ ସରକାର ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ, ଜାନୁଆରୀ ୧୯ରୁ ହେବାକୁ ଥିବା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । କରୋନା ମାମଲା ହ୍ରାସ ପାଇବା ପରେ ଏହା ଉପରେ ପୁନର୍ବାର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

sixteen − 1 =