ଆଜି ଦେଶରେ ୨ ଲକ୍ଷ ୫୮ହଜାର ନୂଆ କରୋନା ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ, ୩୮୫ଙ୍କ ମୃତ୍ୟୁବରଣ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ ଭାରତରେ ୨ ଲକ୍ଷ ୫୮ ହଜାର ୮୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୮୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୫୧ ହଜାର ୭୪୦ ଲୋକ କରୋନାକୁ ପରାସ୍ତ କରି ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ବଡ଼ କଥା ହେଲା, ଗତକାଲି ଠାରୁ ଆଜି ୧୩ ହଜାର ରୋଗୀ କମ୍‌ ସଂକ୍ରମିତ ହୋଇଛନ୍ତି । ରବିବାର ଦିନ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ଟି ମାମଲା ସାମ୍‌ନାକୁ ଆସିଥିଲା ।

Leave A Reply

Your email address will not be published.

five × 4 =